ବାରଙ୍ଗ : ହୋଡିଂ ଖୁଣ୍ଟରୁ ଖସି ଶ୍ରମିକଙ୍କ ମୃତ୍ୟୁ । ବାରଙ୍ଗ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନାହିଁ । ସୂଚନାଯୋଗ୍ୟ ଯେ, ବାରଙ୍ଗ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ୭୦ ଫୁଟ ଉପରେ ଚଢି କାମ କରୁଥିବା ବେଳେ ଘଟିଛି ଅଘଟଣ । ହୋଡିଂ ଖୁଣ୍ଟରୁ ଖସି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଅସାବଧାନତା ଯୋଗୁଁ ଏଭଳି ଅଘଟଣ ଘଟିଛି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ତାହାର ତଦନ୍ତ ଜାରି ରହିଛି । ବାରଙ୍ଗ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
