ସମୂଦ୍ର କୂଳରେ ଲାଗିଛି ଏକ ବିଶାଳକାୟ ତିମି

ବ୍ରହ୍ମଗିରି :  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଫତେପୁରୁ ଗାଁ ପାଖ ସମୂଦ୍ର କୂଳ ନିକଟରେ ଲାଗିଛି ଏକ ବିଶାଳକାୟ ତିମି ମାଛ । ତିମି ମାଛର ଲମ୍ବ ୪୦ ରୁ ୪୫ ଫୁଟ ଲମ୍ବ ଓ ଗୋଲେଇ ୫୦ ଫୁଟ ହେବ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି । ଏହି ତିମିର ଓଜନ ୨୦ ଟନରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ଗୁରୁବାର ତିମିଟି କୂଳରେ ଲାଗିଥିବା ବେଳେ ଜୀବନ୍ତ ରହିଥିଲା । କିନ୍ତୁ ଏବେ ତା’ର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *