ଭାରସାମ୍ୟ ହରାଇ ଓଲଟିଲା ବସ୍

ଜୟପୁର : ଭାରସାମ୍ୟ ହରାଇ ଓଲଟିଲା ବସ୍ । ୫ ଆହତ ।  ଅଳ୍ପକେ ବଡ ଅଘଟଣରୁ ବର୍ତ୍ତିଲେ ଅନ୍ୟ ଯାତ୍ରୀ । ଏକ ବସ୍ ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଛି । କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରୁ ନିକଟରେ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବସଟି ବିଶାଖାପାଟଣାଠୁ ଉମରକୋଟ୍ ଅଭିମୁଖେ ଯାତ୍ରା କରୁଥିଲା । ତେବେ ପ୍ରବଳ କୁହୁଡି ଯୋଗୁଁ ଏହା ଓଲଟି ପଡିଥିବା ଜଣାପଡିଛି । ମଙ୍ଗଳବାର ଭୋର ୪ଟା ରୁ ୫ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *