ନୀଳଗିରି : ୪୦ ଟି କୁକୁଡ଼ା ଛୁଆ ଖାଇଗଲା ୧୪ ଫୁଟିଆ ଅଜଗର। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ଗ୍ରାମର ମୁକ୍ତିକାନ୍ତ ମହାନ୍ତିଙ୍କ କୁକୁଡ଼ା ଫାର୍ମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଖାଦ୍ୟ ଅନ୍ୱେଷଣରେ ୧୪ ଫୁଟ ଲମ୍ବର ଅଜଗର ପ୍ରବେଶ କରି ୪୦ ଟି କୁକୁଡ଼ା ଛୁଆ ଖାଇଦେଇଛି। ଖବର ପାଇ ସାପ ଧରାଳି ସଞ୍ଜୟ କୁମାର ନାୟକ ପହଁଚି ସାପଟିକୁ ଉଦ୍ଧାର କରିବା ପରେ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ପରେ ସାପଟିକୁ କୂଳଡିହା ଅଭୟାରଣ୍ୟ ରେ ଛାଡି ଦିଆଯାଇଛି।
