ବିଜେପୁର : ବରଗଡ଼ ଜିଲ୍ଲାର ବିଜେପୁର ଅନ୍ତର୍ଗତ ତାଲପଦର ଗ୍ରାପର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସନ୍ଦେହ କରି ତାଳପଦର ଜନସଧାରଣ ୨୦୧୨ ରୁ ୨୦୨୦ ପର୍ଯ୍ୟନ୍ତ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ ଏବଂ ଦୀର୍ଘ ୧୪ ମାସ ପରେ ଜିଲ୍ଲା ପ୍ରଶାସନ ଦେଇଥିବା ସୂଚନା ଅଧିକାର ଆଇନ ତଥ୍ୟ ଅନୁସାରେ ଜାଣିବାକୁ ପାଇଲେ ଯେ କିଛି କାମ ଅସମ୍ପୁର୍ଣ୍ଣ ହୋଇ ଓ କିଛି କାମ ମୋଟେ ନ ହୋଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ବିଲ୍ ଆତ୍ମସାତ୍ ହୋଇଛି । ଏ ବିଷୟରେ ତାଳପଦର ଗ୍ରାପର ଜନସାଧାରଣଙ୍କୁ ବିଜେପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ତୁରନ୍ତ ଏ ଦିଗରେ ଯାଂଚ କରି ବିହତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିବା ବେଳେ ଦୀର୍ଘ ୨ ମାସ ବିତି ଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏ ଦିଗରେ ବରଗଡ଼଼ ଜିଲ୍ଲାପାଳ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କଲେ ଗ୍ରାମବାସୀ ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ସମ୍ପୂଣ୍ଣ ରୂପେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତି ନେଇଛନ୍ତି ।
