ଜଳେଶ୍ୱର : କୋଭିଡ଼ ନିୟମ ଉଲ୍ଲଘଂନ କରି ନିର୍ବାଚନ ପ୍ରଚାର କରିବା ବେଳେ ଉତ୍ତେଜନା । ପ୍ରଚାରକୁ ବିରୋଧ କରିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ଏପରି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ବାଇଗଣ ବାଡ଼ିଆପଞ୍ଚାୟତ ଝାଡ଼ ପିମ୍ପଳ ଠାରେ ସୋମବାର ସନ୍ଧ୍ୟା ସମୟରେ ଏକ ରାଜନୈତିକ ଦଳ ପକ୍ଷରୁ ୧୦ ନଂ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ମିନତୀ ରାଣୀ ଜେନା, ବ୍ଲକ ଉପାଦକ୍ଷ ବ୍ରଜମୋହନ ପ୍ରଧାନ ଏବଂ ରବିନ୍ଦ୍ର ଗିରି ନିର୍ବାଚନ ପ୍ରଚାର କରୁଥିଲେ । ଏପରିକି ସେମାନେ କୋଭିଡ ନିୟମକୁ ଉଲ୍ଲଙ୍ଘନ କରି ୩୦୦ ରୁ ଅଧିକ ଲୋକଙ୍କୁ ଏକାଠି କରି ବୈଠକ କରିବା ସହିତ ମିଠା ବଣ୍ଟନ କରୁଥିଲେ । ଗ୍ରାମର ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ । କୋଭିଡ ନିୟମ ଉଲ୍ଲଙ୍ଘନ କରି କାହିଁକି ସଭା କରୁଛନ୍ତି ବୋଲି ଅପର ଗୋଷ୍ଠୀ ପଚାରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଶେଷରେ ଠେଲା ପେଲା ଓ ଧସ୍ତାଧସ୍ତି, ହାତାହାତି ହୋଇଥିଲା । ଏଥିରେ ୫ ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ଖବର ପାଇ ନାମ୍ପୋ ପୋଲିସ ଘଟଣା ସ୍ଥଳରେ ପହଁଚିବା ପୂର୍ବରୁ ଗଣ୍ଡଗୋଳକାରୀ ସେଠାରୁ ଚାଲି ଯାଇଥିଲେ ବୋଲି ସୂଚନା ମିଳିଛି ।
