ବେଗୁନିଆ : ପଥର ଚୋରା ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପଥର ମାଫିଆମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି । ସେଥିପାଇଁ ଏବେ ପଥର ଚୋରା ଚାଲାଣ ହେଉଥିବା ଗାଡି ମାଲିକଙ୍କ ସହିତ ଗାଡି ଚାଳକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରୁଛି । ଜବତ ହୋଇ ଥାନାରେ ଥିବା ଏକ ପଥର ବୋଝେଇ ଟ୍ରକର ଚାଳକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଜି ବରପଦା ଗ୍ରାମର ଗାଡି ମାଲିକ ବିଜୟକୁମାର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
