ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ଜବତ

ଗଜପତି : ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ଜବତ । ଗଜପତି ପାରଳାଖେମୁଣ୍ଡି ସହରରେ କରଣ ସାହି ଛକ ନିକଟରେ ବନ ବିଭାଗ, ତହସିଲଦାର ଓ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ଜି. ରାମାରାଓ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ଜବତ ହୋଇଥିବା ନେଇ ଜଣାପଡିଛି । ଅନ୍ୟପଟେ ୩୫ ବର୍ଷ ତଳୁ ଜି. ରାମାରାଓ ଚନ୍ଦନ କାଠକୁ ବନ ବିଭାଗ ପକ୍ଷରୁ କ୍ରୟ କରି ରଖିଥିବା ପୋଲିସକୁ ଜଣାଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଚି ଚନ୍ଦନ କାଠ ଥିବା ନେଇ ଏତେ ବର୍ଷ ହେଲା କିପରି ଜାଣି ପାରିଲେନି DFO ?

Leave a Reply

Your email address will not be published. Required fields are marked *