ଖୋର୍ଦ୍ଧା : ଖୋର୍ଦ୍ଧାରେ ଠିକାଦାରୀକୁ ନେଇ ବୋମାମାଡ । ଜଟଣୀ ଥାନା ତରାବୋଇ ଗ୍ରାମ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ହୋଇଛି ବୋମାମାଡ । ବୋମାମାଡରେ ଏକ ହିଟାଚୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ୨ଟି ବୋମାମାଡ ହୋଇଥିବା ନେଇ ସୂଚନା ମିଳିଛି । ଗୋଟିଏ ବୋମା ମାଡ ଆଗ ଗେଟ୍ ରେ ହୋଇଥିବାବେଳେ ଅନ୍ୟଟି ପଛ ଗେଟ୍ ରେ ହୋଇଛି । ଘଟଣାକୁ ନେଇ ପୋଲିସର ଛାନଭିନ୍ ଜାରି ରହିଛି ।
