ସୁନ୍ଦରଗଡ : ସୁନ୍ଦରଗଡ଼ କୁତ୍ରା ବ୍ଲକ ଗଙ୍ଗାଜଳରେ ଥିବା ସ୍କାନ ଷ୍ଟିଲସରେ ଫରନେସ ବ୍ଲାଷ୍ଟ । ୟୁନିଟ-୨ ରେ ଥିବା ଫରନେସରେ ବ୍ଲାଷ୍ଟ ହୋଇଛି । ସକାଳ ୮.୩୦ ମିନିଟରେ ଏହି ଅଘଟଣ ହୋଇଥିବା କୁହାଯାଉଛି । ଫରନେସ ବ୍ଲାଷ୍ଟର ବିସ୍ଫୋରଣ ଏତେ ଜୋରେ ଥିଲା ଯେ ଏହା ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା । ବ୍ଲାଷ୍ଟରେ ଜଣେ କ୍ରେନ ଡ୍ରାଇଭର ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ଆସୁଛି । ସେହିପରି ଶ୍ରମିକ ପ୍ଲାଣ୍ଟ୍ ଭିତରେ ଥିବା ଅନେକ ଶ୍ରମିକ ମଧ୍ୟ ଫଶି ରହିଥିବା କୁହାଯାଉଛି । ଗୁରୁତର ଜଳି ଯାଇଥିବା ଲୋକଙ୍କୁ ଆମ୍ବୁଲାନ୍ସରେ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି ।
