ବଢିଲା ଚାଷୀଙ୍କ ଦୁର୍ଦ୍ଦଶା, ପୁଣି ବର୍ଷା

ପୁରୀ :  ପୁଣିଥରେ ବଢିଲା ଚାଷୀଙ୍କ ଦୁର୍ଦ୍ଦଶା । ଆଜି ସକାଳୁ ପୁରୀ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝିପି ଝିପି ବର୍ଷା । ପାଗ ମେଘୁଆ ରହିଛି । ଏଥିଯୋଗୁଁ ବିଲରୁ ଧାନ ଅମଳ ବାଧାପ୍ରାପ୍ତ ହୋଇଛି । କଟାହୋଇ ପଡ଼ିଥିବା ଧାନ କଳେଇ ନଷ୍ଟ ହେବା ସମ୍ଭାବନା ରହିଛି । ବର୍ଷା ଲାଗିଥିବାରୁ ହଠାତ୍ ଧାନ କାଟିବା ବନ୍ଦ କରିବାକୁ ପଡ଼ିଛି । ବାତ୍ୟା ଜୱାଦ ପରେ ଗୁରୁବାର ର ବର୍ଷା ବୋଝ ଉପରେ କୋରଡ଼ା ମାଡ ପରି ହୋଇଛି ।

Leave a Reply

Your email address will not be published. Required fields are marked *