ରାୟଗଡା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗ୍ରାମରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ବୁଡାଗ୍ରାମରେ ଥିବା ଏସଭିଏସଏମସି ନାମକ କମ୍ପାନୀ କ୍ୟାମ୍ପରେ ରାସ୍ତା ନିର୍ମାଣ ନିମନ୍ତେ ଥିବା ଏକ ଟ୍ରକ୍ ପୋଡ଼ି ଦେଇଛନ୍ତି ମାଓବାଦୀ । କ୍ୟାମ୍ପ ଗେଟ୍ ଠାରେ ଏକ ମାଓପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରରେ ସିପିଆଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବୋଲି ଲେଖାହୋଇଛି । ଅନ୍ୟପଟେ ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓ ହିଂସା ଦେଖିବାକୁ ମିଳିଛି । ଯବାନଙ୍କ କମ୍ବିଂ ଅପରେସନକୁ ବିରୋଧ କରି ମାଓବାଦୀ ଲଙ୍କାକାଣ୍ଡ ଘଟାଇଛନ୍ତି । ଚେରିଖୁଣ୍ଟା ଗାଁ ନିକଟରେ ୩ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ସଶସ୍ତ୍ର ନକ୍ସଲ । ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାମକୁ ବିରୋଧ କରି ମାଓବାଦୀମାନେ ଗାଡ଼ି ପୋଡ଼ିଛନ୍ତି । ସଡ଼କ ନିର୍ମାଣ କାମରେ ନିୟୋଜିତ ଥିବା ଶ୍ରମିକମାନଙ୍କୁ ଗୋଟିଏ ସ୍ଥାନରେ ଏକାଠି କରି ଗୋଟିଏ ଜେ.ସି.ବି, ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ମିକ୍ସର ମେସିନକୁ ନିଆଁ ଲଗେଇ ପୋଡ଼ି ଦେଇଛନ୍ତି ମାଓବାଦୀ ।
