ବଣାଇ : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ଦିନରେ ଆଜି ବଣାଇ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ରାଜନୀତିର ସରଗରମ ଦେଖିବାକୁ ମିଳିଛି । ବଣାଇ ନିର୍ବାଚନ ମଣ୍ଡଳୀର ୪ଟି ବ୍ଲକ୍ ର ୮ଟି ଜିଲ୍ଲା ପରିଷଦ ସଭ୍ୟ ପଦ ରହିଥିବା ବେଳେ ଆଜି ବଣାଇ ବିଜେପି ସାଂଗଠାନିକ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ବଣାଇ ଖ) ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବଣାଇର ପୂର୍ବତନ ସରପଂଚ ରେଙ୍ଗଟୁ ପ୍ରଧାନ ନାମାଙ୍କନ ଦାଖଲ କରିଥିଲେ ।

ସେହିପରି ଭାବେ ସିପିଆଇଏମ୍ ଦଳ ପକ୍ଷରୁ ସମସ୍ତ ୮ଟି ଜୋନ୍ ର ପ୍ରାର୍ଥୀଙ୍କ ସମେତ କୋଇଡା ବ୍ଲକ (ଖ) ଜୋନ୍ ର ପ୍ରାର୍ଥୀ ଭାବେ ଯୁବ ସମାଜସେବୀ ବାଦଲ ବାରିକ ନାମାଙ୍କନ ଦାଖଲ କରିଥିଲେ । ଅନୁରୂପ ଭାବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ତରଫରୁ ବଣାଇ (ଖ) ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଯୁବ ଆଇନଜୀବି ସନ୍ତୋଷ କୁମାର ପ୍ରଧାନ ନାମାଙ୍କନ ଦାଖଲ କରିଥିବା ଦେଖିବାକୁ ମିଳିଛି । ଏଥିସହିତ ଆଜି ନାମାଙ୍କନ ଦାଖଲର ଶେଷ ଦିବସ ଥିବାରୁ ଅନ୍ୟ ସମସ୍ତ ଦଳର ବାକିଆ ପ୍ରାର୍ଥୀଙ୍କ ସମେତ ବଣାଇ ବିଜେଡି ଦଳର ସମସ୍ତ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି ।
