ଗାଁରେ ପଶିଲା ବିଶାକ୍ତ କେମିକାଲ

ସମ୍ବଲପୁର : ସମ୍ବଲପୁର ରେଙ୍ଗାଲି ବ୍ଳକର ଠେଲକୁଲିସ୍ଥିତ ଜେଏସ୍‌ଡବ୍ଲ୍ୟୁ- ଭୂଷଣ କାରଖାନାରେ ବଡଧରଣର ଅଘଟଣ । କାରଖାନାର ପେଲେଟ୍ ପ୍ଳାଣ୍ଟର ସିଲରି ପଣ୍ଡ ଭୁଶୁଡିଯାଇଛି । ଫଳରେ ବିରାଟ ଅଞ୍ଚଳକୁ ଏହି ପଣ୍ଡ୍‌ର ସିଲରି ବା ତରଳ ୱେଷ୍ଟେଜ୍ ଫାଇନ୍ସ ମାଡିଚାଲିଛି । ନିକଟରେ ଥିବା ବାଞ୍ଜିବେର୍ଣା ଗାଁକୁ ଏହି ବିଷାକ୍ତ ବର୍ଜ୍ୟ ମାଡି ଯାଇଛି । ଏପରିକି ଏଠାରେ କାର୍ଯ୍ୟରତ ଥିବା ଅନେକ ଶ୍ରମିକ ବି ଫସି ରହିଥିବା ନେଇ ଆଶଙ୍କା କରାଯାଉଛି । ଗୁରୁବାର ପ୍ରାୟ ସାଢେ ୭ଟା ରୁ ୮ଟା ମଧ୍ୟରେ ପେଲେଟ ପ୍ଲାଣ୍ଟର ସିଲରି ପଣ୍ଡ ପାଚେରୀ ଭାଙ୍ଗି ଯାଇଥିଲା । ଫଳରେ ଏଠାରେ ଜମାଟ ବାନ୍ଧିଥିବା ବିଷାକ୍ତ ତରଳ ଲୁହା ଫାଇନ୍ସ ନିକଟସ୍ଥ ବାଞ୍ଜିବେର୍ଣା ଗାଁ ଆଡ଼କୁ ମାଡିଯାଇଛି । ବ୍ୟାପକ ଚାଷ ଜମିକୁ ଏହା ଛାଇ ଯାଇଥିବା ବେଳେ ଗାଧୁଆ ପୋଖରୀକୁ ବି ଏହି ବିଷାକ୍ତ ପାଣି ପ୍ରବେଶ କରିସାରିଛି । ଫଳରେ ମାଛମାନେ ମରି ଭାସିବା ଆରମ୍ଭ କରିଛନ୍ତି । ସେହିପରି ନିକଟରେ ଥିବା ଏକ କୁକୁଡା ଫାର୍ମ ବି କ୍ଷତିଗ୍ରସ୍ତ ହୋଇଛି । ସେପଟେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଏହାକୁ ଅଟକାଇବାରେ କର୍ତ୍ତୃପକ୍ଷ ସଫଳ ହୋଇନଥିବାରୁ ଏହା କାରଖାନା ପଛପଟେ ଯାଇଥିବା ସମ୍ବଲପୁର-ଝାରସୁଗୁଡା ତୈଳପଥ ଉପରକୁ ମାଟି ଯିବାର ଆଙ୍କା ସୃଷ୍ଟି ହେଲାଣି । ଆଉ ଯଦି ଏହି ସିଲଟି ରେଳପଥ ଉପରକୁ ମାଡିଗଲା, ତାହେଲେ ଏହି ରେଳପଥରେ ଟ୍ରେନ୍‌ ଚଳାଚଳ ବ୍ୟାହତ ହେବା ଏକପ୍ରକାର ଥୟ ହୋଇଛି ।

Leave a Reply

Your email address will not be published. Required fields are marked *