ସୁନ୍ଦରଗଡ଼ : ପ୍ରଚାର ମୈଦାନରେ ଜଏନ୍ତୀ ଏକ୍କା । ସୁନ୍ଦରଗଡ଼ ବାଲିଶଙ୍କରା-ଖ ଜୋନ୍ରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜେଡ଼ି ଦଳ ପକ୍ଷରୁ ନାମାଙ୍କନ ଦାଖଲ କରିଛନ୍ତି । ଆଉ ଏବେ ଆରମ୍ଭ ହୋଇଛି ଡୋର ଟୁ ଡୋର କ୍ୟାମ୍ପେନିଂ । ଖବର ଅନୁଯାୟୀ, ମେକ୍ ଇନ୍ ଓଡିଶା କନକ୍ଲେଭ୍ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିଲେ ସୁନ୍ଦରଗଡ ଜିଲ୍ଲାର ଜଣେ ଆଦିବାସୀ ମହିଳା ଜଏନ୍ତୀ ଏକ୍କା । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ଜେନସବା ନୀତିରେ ପ୍ରେରିତ ହୋଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ସେ ବାଲିଶଙ୍କରା-ଖ ଜୋନ୍ରୁ ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ବିଜେଡି ତରଫରୁ ନାମାଙ୍କନ ଦାଖଲ କରିଛନ୍ତି । ଆଉ ଏବେ ଆରମ୍ଭ ହୋଇଛି ଡୋର୍ ଟୁ ଡୋର କ୍ୟାମ୍ପେନ । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ସରଳ ଆଦିବାସୀ ମହିଳା ଏବେ ପଶ୍ଚିମ ଓଡିଶାର ଘରେ ଘରେ ପରିଚିତ ।
