ସବୁ ଜାଣି ବି ଚୁପ ଥାନା ବାବୁ

କେନ୍ଦ୍ରାପଡା : ସାଧାରଣତଃ ଏନଏଚରେ ବଡ ବଡ ଗାଡି ଚାଲୁଥିବା ଆପଣ ଦେଖୁଥିବେ । ପଥର, ବାଲି, ଗୋଡି ଆଦି ଭର୍ତ୍ତି ବଡ ବଡ ଗାଡି ଜାତୀୟ ରାଜପଥରେ ଚାଲିଥାଏ । ହେଲେ ଗାଁ ରାସ୍ତା ଏବେ ଜାତୀୟ ରାଜପଥର ଭ୍ରମ ସୃଷ୍ଟି କରୁଛି । ଆମେ ଜାଣିଛେ ଗାଁ ରାସ୍ତା ସଙ୍କୁଚିତ । ବଡ ବଡ ଗାଡି ଗଲେ ଦୁର୍ଘଟଣା ହେବାର ଆଶଙ୍କା ମଧ୍ୟ ଥାଏ । ହେଲେ ଗାଁ ରାସ୍ତାକୁ ବାଲି ମାଫିଆମାନେ ବେଆଇନ ବାଲି ଚାଲାଣରେ ବ୍ୟବହାର କରୁଛନ୍ତି । ଗାଁ ଭିତରେ ଚାଲୁଛି ମାଳମାଳ ହାଇୱା । ବେଆଇନ ବାଲି ଚାଲାଣର ରାସ୍ତା ସାଜିଛି ଗାଁ ରୋଡ । ଲୋକେ ବିରୋଧ କଲେ ମିଳୁଛି ଧମକ । ଆଉ ପୋଲିସକୁ ଗୁହାରି କଲେ ପୋଲିସ ଶୁଣି ନଶୁଣିବା ଭଳି କରୁଛି ବ୍ୟବହାର । ଆଉ ବିବାଦକୁ ଆସିଛନ୍ତି ଖୋଦ୍ ମାର୍ଶାଘାଇ ଥାନାର ଥାନା ବାବୁ । ପ୍ରତିଦିନ ରାତିରେ ହାଇୱା ମାଧ୍ୟମରେ ମାଟି ବାଲି ଚୋରା ଚାଲାଣ ହେଉଥିବା ବେଳେ ଦେଖି ନଦେଖିଲା ଭଳି ରହୁଛନ୍ତି ତହସିଲ ବାବୁ । ଏଠି ପ୍ରଶ୍ନ ଉଠୁଛି କାହା ଚାପରେ ଚୁପ୍ ହୋଇ ବସିଛି ପୋଲିସ । ଆଉ କିଏ ଦେଉଛି ଏହି ମାଫିଆମାନଙ୍କୁ ସୁରକ୍ଷା ।

Leave a Reply

Your email address will not be published. Required fields are marked *