କୋଭିଡ ପରୀକ୍ଷା ପାଇଁ ଯାଇଥିବା ମହିଳାଙ୍କ ନିକଟରୁ ୧୫ ହଜାର ଟଙ୍କା ଚୋରି

ଭଦ୍ରକ : କୋଭିଡ ପରୀକ୍ଷା ପାଇଁ ଯାଇଥିବାବେଳେ ମହିଳାଙ୍କ ନିକଟରୁ ଟଙ୍କା ଚୋରି । ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରୁ ଆସିଛି ଏଭଳି ଅଭିଯୋଗ । ଲୁଟର ଶିକାର ମହିଳା ଜଣଙ୍କ ହେଉଛନ୍ତି ଭବାନିବିନ୍ଧା ଗାଁର କୌଶଲ୍ୟା ଖାମୁରାଇ । ନିଜ ସ୍ୱାମୀଙ୍କ ଅପରେସନ ପାଇଁ କୋଭିଡ ଟେଷ୍ଟ କରିବାକୁ ମହିଳା ଜଣଙ୍କ ଭଦ୍ରକ ମୁଖ୍ୟଚିକିତ୍ସାଳୟ ଆସିଥିଲେ । ଲାଇନରେ ରହି କାଉଣ୍ଟରରୁ ଟିକେଟ କାଟିବା ସମୟରେ ପଛରୁ ଆଉ ଜଣେ ମହିଳା ଅତି ଚତୁରତାର ସହ ୧୫ ହଜାର ଟଙ୍କା ଚୋରି କରିନେଇଥିବାର ଅଭିଯୋଗ ଆଣିଛନ୍ତି ମହିଳା । ଚୋରି ହେବାର ଭିଡିଓ ସିସିଟିଭିରେ କଏଦ୍ ହୋଇଛି । ଏନେଇ ମହିଳା ଜଣଙ୍କ ଭଦ୍ରକ ଟାଉନ ଥାନାରେ ଏତଲା ଦେଇଛନ୍ତି । ପୋଲିସ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *