ଏଟିଏମରୁ ଲୁଟ ଉଦ୍ୟମ ପଣ୍ଡ, ୨ ଗିରଫ

ଭୁବନେଶ୍ବର : ରାଜଧାନୀରେ ଏଟିଏମରୁ ଲୁଟ ଉଦ୍ୟମ । ପୋଲିସ ହାତରେ ଧରାପଡିଲେ ୨ ଯୁବକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ କରି ଧରାପଡିଲେ ୨ ଯୁବକ । ସିରିପୁର ଛକ ନିକଟରେ ଥିବା ଏକ ଏଟିଏମ ମେସିନରୁ ଲୁଟ୍‌ ଉଦ୍ୟମ ହୋଇଥିଲା । ଗ୍ୟାସ କଟରରେ କାଟିବାକୁ ଉଦ୍ୟମ କରିଥିଲେ ଲୁଟେରା । ସେହି ସମୟରେ ଏଟିଏମରେ ନିଆଁ ଲାଗିଯାଇଥିଲା । ଏହାକୁ ଦେଖି ସେହି ବାଟ ଦେଇ ଯାଉଥିବା କିଛି ଲୋକ ପୋଲିସକୁ ଖବର ଦେଇଥଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଲୁଟେରାଙ୍କୁ ଧରିବା ସହିତ ସେମାନେ ଆଣିଥିବା ଏକ ଗ୍ୟାସ ସିଲିଣ୍ଡର ଓ ଚୁଲାକୁ ଜବତ କରିଛି ।

Leave a Reply

Your email address will not be published. Required fields are marked *