ଜାତୀୟ ରାଜପଥ କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ : ବୌଦ୍ଧ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମର ୫୭ ନଂ ଜାତୀୟ ରାଜପଥ କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ବୌଦ୍ଧ ପୁଲିସ । ଏହା ସହିତ ମୃତଦେହ ନିକଟରେ ପଡିଥିବା ଟାଙ୍ଗିଆକୁ ମଧ୍ୟ ଜବତ କରିଛି ପୁଲିସ ।
ସୁଚନା ମୁତାବକ ସରସରା ଗ୍ରାମର ଅନାମୁ ମିର୍ଦ୍ଧା ନାମକ  ବ୍ୟକ୍ତିଙ୍କ ମୃତଦେହ ରାସ୍ତାକଡର ଏକ ଧାନ ବିଲରେ ପଡିଥିବା ଦେଖିବାକୁ ମିଳିଛି । ଅନାମୂ ମିର୍ଦ୍ଧାଙ୍କୁ ଟାଙ୍ଗିଆରେ ହତ୍ୟା କରାଯାଇଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡୁଛି । ଅନ୍ୟପଟେ ଅନାମୂ ମିର୍ଦ୍ଧା ମଦ୍ୟପାନ କରୁଥିବା ବେଳେ କାହା ସହ କଳହ ହୋଇନଥିବା ସହ ତାଙ୍କ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅନ୍ୟପଟେ ପରିବାର ଲୋକ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *