ମନ୍ଦିରରୁ ଚୋରୀ ଘଟଣା, ତଦନ୍ତ ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣରେ ବସିଲେ ସେବାୟତ

ଆନନ୍ଦପୁର : ମନ୍ଦିରରୁ ଚୋରୀ ଘଟଣା । ଲୁଟ୍‌ ଘଟଣାକୁ ମାସେ ବିତି ଯାଇଥିଲେ ବି ଚୁପ୍‌ ବସିଛି ପୋଲିସ । ଯାହାକୁ ନେଇ ପ୍ରତିବାଦ ଜଣାଇଛନ୍ତି ସେବାୟତ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣରେ ବସିଛନ୍ତି ସେବାୟତ । ଖବର ଅନୁଯାୟୀ, ଗତ ଡିସେମ୍ବର ୧୦ ତାରିଖରେ ମନ୍ଦିର ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମନ୍ଦିର ନୀତିକାନ୍ତିରେ ବ୍ୟବହୃତ ପିତଳ, ତମ୍ବା, ବାସନ କୁସନ ସହ ଘଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଇଥିଲେ । ସେବେଠାରୁ ଏବେ ଯାଏଁ ପୋଲିସ ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି । ତେବେ ପୋଲିସ ଅଭିଯୁକ୍ତକୁ ଧରିବା ତ ଦୂରର କଥା । ଗ୍ରାମବାସୀଙ୍କ ପକ୍ଷରୁ ଦିଆଯାଇଥିବା ସନ୍ଦିଗ୍ଧଙ୍କ ମଧ୍ୟରୁ କାହାକୁ ବି ଡ଼ାକି ପଚରାଉଚରା କରୁନାହିଁ । ଯାହାଫଳରେ ପୋଲିସର ଏଭଳି ମନୋଭାବକୁ ବିରୋଧ କରି ଆଜି ଉପଜିଲ୍ଲାପାଳଙ୍କ ଅଫିସର ଆଗରେ ଧାରଣାରେ ବସିଛନ୍ତି ସେବାୟତ ବଳଦେବ ପତି । ଯେ ପର୍ଯ୍ୟନ୍ତ ଚୋର ଧରାପଡିନାହାନ୍ତି । ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ସେବାୟତ ।

Leave a Reply

Your email address will not be published. Required fields are marked *