ଢ଼ିଙ୍କିଆ : ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚାଲିଥିବା ବେଳେ, ଶୁକ୍ରବାର ଢ଼ିଙ୍କିଆ ଗ୍ରାମର ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ଭଳି ସ୍ଥିତି ସୃଷ୍ଟି ହୋଇଥିଲା । ପରେ ୧୫ ପ୍ଲାଟୁନ ଫୋର୍ସ ଗ୍ରାମବାସୀଙ୍କ ଉପରେ ଲାଠି ଚାର୍ଜ କରିଥିବା ଜଣାପଡିଛି । ଢ଼ିଙ୍କିଆ ଗ୍ରାମବାସୀମାନେ ଯେଉଁ ଗେଟ୍ କରିଥିଲେ ସେସବୁ ଗେଟ୍କୁ ପୁଲିସ ଭାଙ୍ଗି ନିଜ ଅକ୍ତିଆରକୁ ନେଇଛି ।ପୁଲିସ ଲାଠି ଚାଳନା ପରେ ଢ଼ିଙ୍କିଆ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରିଛି । ଘଟଣାସ୍ଥଳରେ ଜଗତସିଂହପୁର ଓ ପାରାଦୀପର ଅତିରିକ୍ତ ଏସପି, ୮ ଟି ଥାନାର ଅଧିକାରୀ, ଏରସମା ତହସିଲଦାର, ୧୫ ପ୍ଲାଟୁନ ପୁଲିସ ମୁତୟନ ରହିଛନ୍ତି ଓ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି ବୋଲି ଜଗତସିଂହପୁର ଅତିରିକ୍ତ ଏସପି ଉମେଶ ପଣ୍ଡା କହିଛନ୍ତି ।
