ଖୋର୍ଦ୍ଧା : ଦିନକୁ ଦିନ ବଢିବାରେ ଲାଗିଛି ଗୋ ମାତା ଓ ଗୋମାଂସ ଚାଲାଣ । ଖୋର୍ଦ୍ଧାରୁ ୨୪ ଟନ୍ ଗୋମାଂସ ଜବତ । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଗ୍ରୀନ୍ ଚିଲି ନିକଟରୁ ଜବତ ହେଲା ଏହି ମାଂସ । ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଗୋ ମାଂସ ଜବତ ହୋଇ ପୋଲିସକୁ ଜିମା ଦିଆଯାଇଛି । ଆଜି ଭୋର ସମୟରେ କୋଲକାତାରୁ ଆନ୍ଧ୍ର ଅଭିମୁଖେ ଏକ କଣ୍ଟେନରରେ ୨୪ ଟନ ଗୋମାଂସ ଚାଲାଣ ହେଉଥିବା ଖବର ପାଇଥିଲେ ଖୋର୍ଦ୍ଧା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସଦସ୍ୟ । ପରେ ଏହାକୁ ଜବତ କରି ପୋଲିସରେ ଜିମା ଦେଇଥିଲେ । କଣ୍ଟେନର ଡ୍ରାଇଭରକୁ ପୋଲିସ ଅଟକ ରଖିଛି ।
