ଛତିଶଗଡ଼ ମେନପୁର ଡିଭିଜନର ଜଣେ ହାର୍ଡକୋର ମହେଳା ମାଓବାଦୀ ଆଜି ଆତ୍ମ ସମର୍ପଣ କରିଛନ୍ତି। ତାଙ୍କ ନାଁ କମଲେଶ୍ବରୀ ମରେଇ ଓରଫ ଅମିଲା। ଦକ୍ଷିଣାଞ୍ଚଳ ଡିଆଇଜି ଓ ରାଜେଶ ପଣ୍ତିତ ଏବଂ ନବରଙ୍ଗପୁର ଜିଲ୍ଲା ଏସପି ପୁରୁଷୋତ୍ତମ ଦାସଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଅମିଲା ।
ଏହି ମହିଳା ମାଓବାଦୀ ଜଣିକ ଛତିଶଗଡ଼ ମେନପୁରର ନୂଆ ଡିଭିଜନ ପାଇଁ କାମ କରୁଥୁଲେ। ନକ୍ସଲ ମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପରେ ଅତିଷ୍ଟ ହୋଇ ସେ ସଂଙ୍ଗଠନ ଛାଡିବା ପାଇଁ ନିଜେ ନିଷ୍ଣୃତି ନେଇଥୂଲେ। ମାଓବାଦୀ ଅମିଲା ଜଣେ ଉତ୍ତଶିକ୍ଷିତା ଅଟନ୍ତି | କମ୍ପ୍ୟଟର ଚଳାଇବା ଜାଣିଥିବା ସହ ବିଭିନ୍ନ ।ଆଗ୍ନେୟ ଅସ୍ତ୍ର ଚଳାଇବା ର ଅଭିଜ୍ଞତା ମଧ୍ୟ ରଖୁଛନ୍ତି , ସେ ମାଓ କ୍ଯାମ ରେ କ୍ୟାଡ଼ର ମାନଙ୍କୁ ଶିକ୍ଷାଦାନ ମଧ୍ଯ କରୁଥୁଲେ। ,
ଓଡ଼ିଶା ରେ ମାଓବାଦୀ ଙ୍କ ଥଇଥାନ ପାଇଁ ଭଲ ଯୋଜନା ସହ ସୁରକ୍ଷା ଦୃଷ୍ଟିରୁ ଓଡିଶା ସୁରକ୍ଷିତ ଥିବା ଏବଂ ସମାଜ ର ମୂଖ୍ୟତ୍ସୋତରେ ସାମିଲ ହେବା ର ଉଦେଶ୍ୟ ନେଇ ଅମିଲା ଆତ୍ମସମର୍ପଣ କରିଛନ୍ତି।ସେ ୨୦୧୯ ରୁ ମାଓ ସଂଗଠନ ସହ ଜଡ଼ିତ ଥିଲେ।ତାଙ୍କୁ ଏକ ଲକ୍ଷ ଟଙ୍କା ସହ ଚାକିରୀ ,ଜମି ସହ ସରକାର ଙ୍କ ବିଭିନୁ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଆଜି ନବରଙ୍ଗପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି,।
