ପଲିଥିନ ତଳେ ଜଳିଲା ଜୁଇ

ଭୁବନେଶ୍ୱର : ପଦାରେ ପଡିଲା ରାଜ୍ୟ ସରକାରଙ୍କ ଶ୍ମଶାନ ଯୋଜନା । ପଲିଥିନ ତଳେ ଜଳିଲା ଜୁଇ । ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ଶାସନ ଗାଁରୁ ଆସିଲା ଅଭାବନୀୟ ଚିତ୍ର । ଜଣେ ମହିଳାଙ୍କ ଶବଦାହ କଲା ବେଳେ ସମ୍ପର୍କୀୟମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।

ଶବଦାହ ବେଳେ ବର୍ଷା ହେବାରୁ ଲୋକେ ପଲିଥିନ୍ ତଳେ ଜୁଇ ଜଳାଇ ବଡ଼ କଷ୍ଟରେ ମହିଳାଙ୍କ ଅନ୍ତିମ ସଂସ୍କାର କରିଥିଲେ । ଗାଁ ଗାଁରେ ଶ୍ମଶାନ ଯୋଜନା ପହଞ୍ଚି ପାରୁନଥିବାରୁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ବର୍ଷା ଦିନରେ ଖୋଲା ଶ୍ମଶାନ ପଡ଼ିଆରେ ଲୋକେ ବଡ଼ କଲବଲ ହୋଇ ଶବଦାହ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *