ଵଣାଇଗଡ : ଗତ ଏକ ମାସ ଧରି ବଣାଇ ଉପଖଣ୍ଡ ରେ ଆତଙ୍କ ସୃଷ୍ଟି କରିଥିବା ଡକାୟତ ଗ୍ୟାଙ୍ଗ କୁ ଆଜି ଲହୁଣୀପଡ଼ା ପୋଲିସ ଧରିବାରେ ସକ୍ଷମ ହୋଇଥିବା ଜଣାପଡିଛି । ଆଜି କୁ ପ୍ରାୟ ଏକମାସ ହେବ ଏହି ଡକାୟତ ଦଳ ଲହୁଣୀପଡ଼ା ଥାନା ଅନ୍ତର୍ଗତ ସୁରୁପତଳା ଜନସେବା କେନ୍ଦ୍ର,କେ, ବଲାଙ୍ଗ ଥାନା ର ରକ୍ସି ଜନସେବା କେନ୍ଦ୍ର, ସମରଦରି ଠାରେ ଥିବା ବିଦେଶୀ ମଦ ଦୋକାନ ସମେତ ବିଭିନ୍ନ ସ୍ଥାନରେ ବନ୍ଧୁକ ମୁନରେ ଟଙ୍କ ,ମୋବାଇଲ ଲୁଟି ନେଇଥିଲେ । ସଂପୃକ୍ତ ଗ୍ୟାଙ୍ଗ ର ମୋବାଇଲ ନମ୍ବର ଟ୍ରାକିଂ କୁ ଆଧାର କରି ଆଜି ପୋଲିସ ୬ ଜଣ ଡକାୟତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଲୁଟେରା ଗ୍ୟାଙ୍ଗ କଂ ନିକଟରୁ ତିନୋଟି ବନ୍ଧୁକ,୪ଟି ବାଇକ୍,୧୪ଟି ମୋବାଇଲ ଫୋନ, ଅଫୁଟା ଗୁଳି ସମେତ,୧୫,୦୦୦ ହଜାର ଟଂକା ଜବତ କରାଯାଇଛି ସଂପୃକ୍ତ ଲୁଟେରା ମାନେ, ଗୁରୁଣ୍ଡିଆ, ରାଜଗାଙ୍ଗପୁର,ବିରମିତ୍ର ପୁର ଅଞ୍ଚଳର ବୋଲି ଜଣାପଡିଛି ।
