ଲାଞ୍ଜିଗଡ : ଗତକାଲି ଲାଞ୍ଜିଗଡ ବ୍ଲକରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି । ମଧ୍ୟାହ୍ନ ୧୨ଟା ରୁ ବର୍ଷା, ଘଡ଼ଘଡି ସହ ପବନ ହେବା କାରଣରୁ କିଛି ଗଛ ଭାଙ୍ଗିପଡ଼ିଛି । ଏହି ସମୟରେ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବିରାଟକାୟ ଗଛ ଜୋର ପବନ ଯୋଗୁଁ ଭାଙ୍ଗିପଡିଛି । ଗଛଟି ଭାଙ୍ଗିପଡ଼ିବା ଯୋଗୁ ସ୍କୁଲ ପାଚେରୀ ଭାଙ୍ଗି ଯାଇଛି । ବର୍ଷା ପବନ ହୋବା ସମୟରେ ସ୍କୁଲର ଛାତ୍ରଛାତ୍ରୀମାନେ ସ୍କୁଲରେ ଥିଲେ । ସୌଭାଗ୍ୟ ବସତଃ ପିଲାମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଗଛଟି ପଡ଼ି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିବା ବେଳେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଆସି ଗଛ କାଟି ରାସ୍ତାରୁ ଗଛକୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଛି ।
