ମିସନଶକ୍ତି ଗୃହକୁ ନେଇ ଅସନ୍ତୋଷ : ମହିଳାମାନେ ଏମ୍‌ବିକେଙ୍କୁ ତାଲା ପକାଇଲେ

ଧାମନଗର : ଧାମନଗର ବ୍ଲକ ଅନ୍ତର୍ଗତ ବୟାଂଡ଼ିହ ପଂଚାୟତର ମିସନଶକ୍ତି ଯୋଜନାରେ ମହିଳାମାନେ ସ୍ବାବଲମ୍ବୀ ହେବା ପାଇଁ ବିଭିନ୍ନ ତାଲିମ ପ୍ରଦାନ କରାଯାଇ ସେମାନେ କିପରି ରୋଜଗାରକ୍ଷମ ହୋଇପାରିବେ ସେ ନେଇ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି । ମାତ୍ର ମହିଳା ମହାସଂଘ ଓ ମିସନଶକ୍ତିର ସଭ୍ୟମାନଙ୍କ ମଧ୍ୟରେ ବିବାଦ ଯୋଗୁ ଅସନ୍ତୋଷ ଦେଖାଦେଇଛି । ବୟାଂଡ଼ିହ ପଂଚାୟତର ମିସନଶକ୍ତି ଗୃହ ଦୀର୍ଘଦିନ ହେବ ନିର୍ମାଣ ସରିଥିଲେ ମଧ୍ୟ ମହିଳା ମହାସଂଘର ପୂର୍ବତନ କାର୍ଯ୍ୟକର୍ତ୍ତାମାନେ ମିସନଶକ୍ତି ଗୃହର ଚାବିକାଠି ଓ ଆବଶ୍ୟକୀୟ କାଗଜପତ୍ର ଦେଉନଥିବାରୁ ଏନେଇ ସୋମବାର ବୟାଂଡ଼ିହସ୍ଥିତ ବନ୍ୟା ଆଶ୍ରୟସ୍ଥଳରେ ମିଶନ ଶକ୍ତି ପକ୍ଷରୁ ଏମ୍‌ବିକେ ଓ ସିଆରପିମାନେ ବୈଠକ କରୁଥିବା ବେଳେ ଏହି ସମୟରେ କେତେକ ଏସ୍ଏଚଜି ଗୃପ୍‌ର ମହିଳାମାନେ ଅତର୍କିତ ଭାବେ ଏମ୍‌ବିକେଙ୍କୁ ଗାଳିଗୁଲଜ ଓ ମାଡ଼ ମାରି ଘରେ ପୂରାଇ ଚାବିପକାଇ ଦେଇଥିଲେ । ଖବରପାଇ ଧୂଷୁରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏମ୍‌ବିକେଙ୍କ ପକ୍ଷରୁ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି ।

Leave a Reply

Your email address will not be published. Required fields are marked *