ଭାୟବହ ଅଗ୍ନିକାଣ୍ଡ, ଜଳିଗଲା ଚାରୋଟି ଘର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବୁଗୁଡା ନିକଟସ୍ଥ ଡେଙ୍ଗାବାଡି ଗ୍ରାମରେ ଭୟାବହ ଅଗ୍ନିକାଣ୍ତ । ଜଳିଗଲା ଚାରୋଟି ଘର । ଦୁଈଟି ଗୋରୁ ନିଆଁ ଲାଗି ଗୁରୁତର ହେବା ସହ ଜଳିଗଲା ସବୁ ଆସବାବ ପତ୍ର ଓ ଶଗଡ ଗାଡି । କୃଷି ଉପକରଣ ସହ ସମସ୍ତ ସମ୍ପତ୍ତି ଜଳି ପୋଡି ପାଉଁସ ହୋଇଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଛି ସେନେଇ ସ୍ପଷ୍ଟ ଜଣାପଡିନି । ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏହା ସହ ଲୋକଙ୍କ କ୍ଷତି ପୂରଣ ପାଇଁ ବୁଗୁଡା ତହସିଲଦାର ଓ ବିଡିଓଙ୍କୁ ଅବଗତ କରାଇଛନ୍ତି ସରପଞ୍ଚ ।

ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିଥିଲା । ଦେଖୁ ଦେଖୁ ପୁରା ଜଳି ପୋଡି ପାଉଁଶ ହୋଇଯାଇଥିଲା । ପାଣି ପକାଇ ଲିଭାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସମସ୍ତ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *