ଆଜିର ରାଶିଫଳ

ମେଷ : ଆପଣଙ୍କ ସ୍ୱଭାବ ଆଖପାକର ବାତାବରଣକୁ ମଜାଦାର କରିବ । କୌଣସି ବିଶେଷ କାର୍ଯ୍ୟ ଅତିଶିଘ୍ର ସମ୍ପୂର୍ଣ୍ଣ କରିବେ । ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜବୁତ ହେବ ।

ବୃଷ : ମନ୍ଦିରକୁ ଯାଥାନ୍ତୁ, ମନରେ ଆଶା ସଂଚାର ହେବ । ସରକାରୀ ଚାକିରିଆଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବ । କମ୍ପ୍ୟୁଟର ଇଞ୍ଜିନିୟରଙ୍କୁ ବିଦେଶରେ ଚାକିରିର ସୁଯୋଗ ମିଳିବ ।

ମିଥୁନ : କ୍ୟାରିୟରରେ ମୋଡ ପରିବର୍ତ୍ତନ ଲାଗି ଦିନଟି ଶୁଭ । ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ । କାରବାରରେ ବକେୟା ଅର୍ଥ ପାଇବେ । ପାରିବାରିକ ଦାୟିତ୍ୱ ସମ୍ପୂର୍ଣ୍ଣ କରିବେ ।

କର୍କଟ : ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାର୍ଯ୍ୟ ପାଇବେ । ବ୍ୟବସାୟରେ ଲାଭ ହେବ । ଅଧିକାରୀ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢିପାରେ ।

ସିଂହ : ଅଧିକାରୀଙ୍କ ସହିତ ତାଳମେଳ ବଜାୟ ରଖନ୍ତୁ, ଲାଭ ହେବ । ପ୍ଲାଷ୍ଟିକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ । ଅବିବାହିତଙ୍କ ଲାଗି ବିବାହର ପ୍ରସ୍ତାବ ଆସିବ ।

କନ୍ୟା : ଲାଗି ରହିଥିବା ଚିନ୍ତା ସମାପ୍ତ ହେବ । ଅନ୍ତରଙ୍ଗ ବନ୍ଧୁ ସହ ବାହାରେ ଭୋଜନ କରିବେ । ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରନ୍ତୁ । ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ ।

ତୁଳା : ପରିଶ୍ରମର ସମ୍ପୂର୍ଣ୍ଣ ଫଳ ପାଇବେ । ଅଫିସରୁ ଘରକୁ ଫେରିବା ବାଟରେ ବନ୍ଧୁ ସହିତ ମନାନ୍ତର ହେବ । ଘରୋଇ ଜିନିଷ କିଣିବାରେ ଅଧିକ ପଇସା ଖର୍ଚ୍ଚ କରିପାରନ୍ତି ।

ବିଛା : ଆପଣ ସକରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ । ଅନ୍ୟମାନଙ୍କ ସହ ଗୋପନୀୟ କଥା ଆଲୋଚନା କରନ୍ତୁ ନାହିଁ । କ୍ରିକେଟ ଖେଳାଳିଙ୍କ ଲାଗି ଦିନଟି ଶୁଭ ।

ଧନୁ : ସକରାତ୍ମକ ଭାବନା ଆପଣଙ୍କୁ ସଫଳତା ଆଡକୁ ଆଗେଇ ନେଇଯିବ । ଲୋକେ ସାହାର୍ଯ୍ୟ ସହଯୋଗର ହାତ ବଢାଇବେ । ଅଫିସରେ ଆପଣଙ୍କ ପାଖରେ ଅଧିକ କାମ ରହିବ ।

ମକର : ବାପା ଓ ଭାଇଙ୍କର ସାହାର୍ଯ୍ୟ ପାଇବେ । ନୂଆ କାମ କରିପାରନ୍ତି । ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡିପାରେ । ଶିକ୍ଷାର୍ଥୀ ଆଳସ୍ୟ ତ୍ୟାଗ କରନ୍ତୁ ।

କୁମ୍ଭ : ନୂଆ ଯୋଜନା ପ୍ରସ୍ତୁତ କରିବା ଲାଗି ଭଲ ଦିନଟିଏ । କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ମହତ୍ତ୍ୱପୂର୍ଣ୍ଣ ରହିବ ।

ମୀନ : ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ମାର୍ଗ ଖୋଲେିବ । ସମାରୋହକୁ ଯିବାର ଅବସର ପାଇବେ । କାହାରି ସହ କଥା ହେବାବେଳେ ଭାବିଚିନ୍ତି କଥା କୁହନ୍ତୁ ।

Leave a Reply

Your email address will not be published. Required fields are marked *