ଜଳେଶ୍ୱର : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍ । ଅଳ୍ପକେ ରକ୍ଷା ପାଇଲେ ୫୦ ରୁ ଅଧିକ ଯାତ୍ରୀ । ପୋଲିସର ତଦନ୍ତ ଜାରି ।
ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ କଲିକତାରୁ ଚାନ୍ଦବାଲି ରାଜକନିକା ଅଭିମୁଖେ ଯାଉଥିବା ଜଗାକାଳିଆ ନାମକ ଯାତ୍ରୀବାହୀ ବସ ହଲଦିପଦା ବାଇପାସ୍ ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡ୍ରେନରେ ଓଲଟି ପଡିଛି । ରାତି ୩.୫୦ ସମୟରେ ଡ୍ରାଇଭରର ଆଖି ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଛି । ଗାଡ଼ିରେ ପ୍ରାୟ ୫୦ଜଣ ଯାତ୍ରୀ ଥିବାବେଳେ ୨୦ ରୁ ଅଧିକ ଲୋକ ସାମାନ୍ୟ ଆହତ ହେଇଛନ୍ତି ।
ଜଣେ ନାବାଳକର ଗୋଡ ଭାଙ୍ଗିଯାଇଥିବା ଜଣାପଡିଛି । ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ଅଛନ୍ତି । କିଛି ଯାତ୍ରୀ ଅନ୍ୟ ବସରେ ଘରକୁ ପଳେଇଯାଇଥିବା ବେଳେ ଆଉ କିଛି ଯାତ୍ରୀ ବସ୍ ପାଖରେ ବସିଥିବାର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
