ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଛି ପ୍ଲାଷ୍ଟିକ୍‌ ଅଣ୍ଡା

ନୟାଗଡ : ଓଡଗାଁରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ । ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଛି ପ୍ଲାଷ୍ଟିକ୍‌ ଅଣ୍ଡା । ଯାହା ଫଳରେ ଅଣ୍ଡାଖାଇ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିବା ସୂଚନା । ପ୍ଲାଷ୍ଟିକ ଅଣ୍ଡା ଖାଇ ପିଲାମାନଙ୍କ କୁଣ୍ଡିଆ ସୃଷ୍ଟି ହୋଇ ଘା ହୋଇଯାଉଥିବା ଦେଖିବାକୁ ମିଳିଛି ।

ତେବେ ମେଡିକାଲରେ ଚିକିତ୍ସା ପରେ ପ୍ଲାଷ୍ଟିକ ଓ ନିମ୍ନ ମାନର ଅଣ୍ଡା ଖାଇବା ଯୋଗୁଁ ଏଭଳି ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଅଣ୍ଡା ଯୋଗାଣକାରୀ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *