ବାଲେଶ୍ୱର : ବାଲେଶ୍ୱର ରେମୁଣାରେ ଧର୍ମାନ୍ତରୀକରଣ ପାଇଁ ବିଷମଞ୍ଜି ବୁଣା ଚାଲିଛି । ଲୋଭନୀୟ ଅଫର୍ ଦେଖାଇ ଚାଲିଛି ଧର୍ମାନ୍ତରୀକରଣ । ମିଶନାରୀଙ୍କ ଟାର୍ଗେଟରେ ଗରିବ ଆଦିବାସୀ । ସରଳତାର ସୁଯୋଗ ନେଇ ଧର୍ମ ପରିବର୍ତନ କରିବାରେ ଲାଗିଛନ୍ତି ଖ୍ରୀଷ୍ଟିଆନ୍ ମିଶିନାରୀ । ସରକାରୀ ନିୟମ କାନୁନକୁ ବାଏଁ ବାଏଁ କରି ନୀରିହ ଲୋକଙ୍କ ଧର୍ମକୁ କରିବାରେ ଲାଗିଛନ୍ତି ପରିବର୍ତ୍ତନ । ହେଲେ ଏ ଖବର ପ୍ରଶାସନ ପାଖରେ ଅଛି ତ ? ଏ ଖବର ରାଜ୍ୟ ସରକାରଙ୍କ ପାଖରେ ଅଛି ତ ? ଏହାକୁ ନେଇ ସାଧାରଣରେ ଉଠିଛି ବଡ ପ୍ରଶ୍ନ ।
ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ତେନ୍ତୁଳିଦା ପଞ୍ଚାୟତର କଥା, ଏଠି ପାଖାପାଖି ୯୦ ପ୍ରତିଶତ ଜନଜାତି ପରିବାରଙ୍କୁ ଅନ୍ଧବିଶ୍ୱାସ ଓ ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତନ କରାଯାଇଥିବାର ଅଭିଯୋଗ । ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କଲେ କାହାର ମାନସିକ ରୋଗ ଭଲ ହୋଇଯାଉଛି ତ ଆଉ କାହାର ଏସିଡିଟି ରୋଗ ମଧ୍ୟ ଭଲ ହେଉଛି । ନୀରିହ ଲୋକଙ୍କ ମୁଣ୍ଡରେ ଏମିତି ବିଷ ବୁଣି ଏବେ ଧର୍ମ ପରିବର୍ତନ କରିବାରେ ମାତିଛନ୍ତି ଖ୍ରୀଷ୍ଟିଆନ୍ ପାଦ୍ରୀ ।
ତେବେ ଅଭିଯୋଗ ଅତି ସଙ୍ଗୀନ । ବାଲେଶ୍ୱର ଜିଲ୍ଲାର ୧୨ ବ୍ଲକରେ ଗୋଟିଏ ବର୍ଷରେ ୧୦ ହଜାରରୁ ଅଧିକ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ ଧର୍ମାନ୍ତରିକରଣ ହୋଇଥିବାର ଅଭିଯୋଗ । ମିଶନାରୀମାନେ ଗାଁ ଗାଁରେ ବୁଲି ଧର୍ମାନ୍ତରୀକରଣ କାମ କରୁଥିବା ବେଳେ, କେମିତି ଜାଣି ପାରୁନାହିଁ ପ୍ରଶାସନ ? କେମିତି ଜାଣି ପାରୁନାହାନ୍ତି ସରକାର ? ଆଉ କାହିଁକି ଲାଗୁ ହେଉନାହିଁ ଧର୍ମ ପରିବର୍ତ୍ତନ ପାଇଁ ରହିଥିବା ଗାଇଡ ଲାଇନ୍ ? ଆଉ ବାଲେଶ୍ୱର ଜିଲ୍ଲାରେ ଏହି ଘଟଣା ପରେ ପାଦ୍ରୀମାନଙ୍କ ବିରୋଧରେ ହେବ ତ ଆକ୍ସନ ?
