ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି ଉପରେ ବର୍ଷିଲା ଦଳ

ଭୁବନେଶ୍ୱର : ଯୋଜନା ଚୋରି କରୁଛନ୍ତି ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛି ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି ଉପରେ ବର୍ଷିଛି ଦଳ ।

ବିଜେପି କହିଛି, କେନ୍ଦ୍ର ସରକାର ସମଗ୍ର ଦେଶ ପାଇଁ ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଓଡ଼ିଶାରେ ଏହାକୁ ଗୁରୁତ୍ଵ ସହ ନେଇନାହାନ୍ତି ରାଜ୍ୟ ସରକାର । ୨୦୧୯ ବିଧାନସଭା ନିର୍ବାଚନ ସମୟରେ ବିଜୁ ପକ୍କାଘର ଯୋଜନା କଲେ ରାଜ୍ୟ ସରକାର । ରାଜ୍ୟର ଅନେକ ଲୋକଙ୍କୁ କାର୍ଯ୍ୟ କରିବାକୁ ଅର୍ଡର ମିଳିଲା ନାହିଁ ।

ସେଥିପାଇଁ କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡ଼ପ କରିବାକୁ ନୂଆ ଉପାୟ କରିଛନ୍ତି ରାଜ୍ୟ ସରକାର । ଯୋଜନା ନାଁରେ ଦୁର୍ନୀତି କରାଯିବା ସହ ଦଳୀୟ ଭିତ୍ତିରେ ଚୟନ କରାଯାଉଛି ହିତାଧିକାରୀ । ଲୋକଙ୍କ କଥା ସମସ୍ୟା ଦୂର ନୁହେଁ, କେବଳ ଯୋଜନା ଚୋରି କରୁଛନ୍ତି ରାଜ୍ୟ ସରକାର ।

ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ସମସ୍ତଙ୍କ ଘର ପକ୍କା ହେଉ । ଓଡ଼ିଶାରେ ଅନେକ ଲୋକ ବିପିଏଲ ରହିଛନ୍ତି । ବିଡ଼ମ୍ବନାର ବିଷୟ ଓଡ଼ିଶାରେ ଘର ତିଆରି କରିବାକୁ ପ୍ରଚେଷ୍ଟା ଓ ତାଲିକା ତିଆରି କରିବାର ପ୍ରଚେଷ୍ଟା ବି ହେଲାନାହିଁ । ଆହୁରି ୯୩ ଲକ୍ଷ ଘର ଯୋଡିବାକୁ କେନ୍ଦ୍ର ସରକାର ଚେଷ୍ଟା କରିଛନ୍ତି ।

ଓଡ଼ିଶାରେ ମାତ୍ର ୨ ଲକ୍ଷ ୯୫ ଘର ହୋଇଛି । ରାଜ୍ୟରେ ବିଜୁ ପକ୍କାଘର ଯୋଜନା ହୋଇଛି । ନିର୍ବାଚନ ଲାଗି ସେ ଯୋଜନା ହୋଇଥିଲା । ୮ଲକ୍ଷ ୧୭ ହଜାର ଘର କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ସେଥିରୁ ମାତ୍ର ୬ ହଜାର ଘର ପଶ୍ଚିମ ଓଡିଶା, ଉପାନ୍ତ ଅଞ୍ଚଳରେ ଦିଆଗଲା । ଘର ଦେବା ନାଁରେ ଦୁର୍ନୀତି ହେଲା, ଦଳୀୟ ଆଧାରରେ ଦେଲେ ।

ଘର ନାହିଁ କିନ୍ତୁ ଘର ହୋଇଛି ବୋଲି ଏଣ୍ଟ୍ରି ହୋଇଛି । ବ୍ୟାପକ ଲାଞ୍ଚ କାରବାର ହୋଇଛି । ୭ ଏପ୍ରିଲ ସୁଦ୍ଧା ୨୬ ଲକ୍ଷ ୯୫ ହଜାର ଘର କରିବାକୁ ଟାର୍ଗେଟ ରଖିଥିଲା କେନ୍ଦ୍ର । ମାତ୍ର ୬୨ ପ୍ରତିଶତ କରାଯାଇଛି ବୋଲି କହୁଛନ୍ତି ରାଜ୍ୟ ସରକାର ।

ସେଥିରେ ବି ବ୍ୟାପକ ଅନିୟମିତତା ହୋଇଛି । ଗରିବଙ୍କୁ କେବେ ସୁଦ୍ଧା ଘର ମିଳିବ ତାହା ସ୍ପଷ୍ଟ କାରନ୍ତୁ । ତେଣୁ ନିରପେକ୍ଷ ଭାବେ ତାଲିକା ପ୍ରସ୍ତୁତ କରିବାକୁ ବିଜେପି ଦାବି କରିଛି ।

Leave a Reply

Your email address will not be published. Required fields are marked *