ରାଜ୍ୟରେ ପୁଣି ବଢିଲା ତାତି

ଭୁବନେଶ୍ୱର : ପୁଣି ବଢ଼ିଲାଣି ତାତି । ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ଉପରମୁହାଁ । ସୋନପୁର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଥିବାବେଳେ ଟିଟିଲାଗଡ଼ ୪୩.୨ ଡିଗ୍ରୀରେ ଛଟପଟ ହୋଇଛି । ଏହି ୨ ସହର ସମେତ ରାଜ୍ୟର ୧୧ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ କିମ୍ବା ତା’ ଠାରୁ ଅଧିକ ରହିଛି ।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟରେ ଏଭଳି ସ୍ଥିତି ରହିବ । ଅପରପକ୍ଷରେ ଗରମ ବଢ଼ିବା ସହ କାଳବୈଶାଖୀ ବି ହେବ । ରବିବାର ଉତ୍ତର ଓଡ଼ିଶାର ଅନେକ ସ୍ଥାନ ଏବଂ ଦକ୍ଷିଣର କେତେକ ଜାଗାରେ କାଳବୈଶାଖୀ ହୋଇପାରେ । ବିଶେଷ କରି ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେତେକ ଜାଗାରେ ଘଡ଼ଘଡ଼ି ସହ ୩୦ ରୁ ୪୦ କିମି ବେଗରେ ପବନ ଆଶଙ୍କା ରହିଛି । ୧୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ଅଛି ।

Leave a Reply

Your email address will not be published. Required fields are marked *