ଭୁବନେଶ୍ବର : ୨ ବର୍ଷ ବ୍ୟବଧାନରେ ରାଜ୍ୟକୁ ପୁଣି ଫେରିଲା ସ୍ବାଇନ ଫ୍ଲୁ । ରାଜଧାନୀରେ ୨ ଜଣ ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସ୍ବାଇନ ଫ୍ଲୁ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ରହିଥିବା ଜଣାପଡ଼ିଛି । ଏଠାରେ ସୂଚନା ଯୋଗ୍ୟ ଯେ ୨୦୦୯ରେ ରାଜ୍ୟରେ ପ୍ରଥମ ସ୍ବାଇନ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
