ବାହାଘରକୁ ୫ ମାସ ନପୁରୁଣୁ ଗଲା ନବବଧୂର ଜୀବନ, ହତ୍ୟା କରି ଫ୍ୟାନରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ

 : ବାହାଘରକୁ ୫ ମାସ ନପୁରୁଣୁ ଗଲା ନବବଧୂର ଜୀବନ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ହତ୍ୟା କରି ସାରିଲା ପରେ ଫ୍ୟାନରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଵାମୀ ରଞ୍ଜନ ଓ ଶାଶୁ ରାଧାରାଣୀ ମାନସିଂହଙ୍କୁ ଥାନାରେ ଅଟକ ରଖିଛି ।

ସୂଚନା ଅନୁସାରେ, ନୟାଗଡ ଜିଲ୍ଲା ଇଟାମାଟି ଥାନା ବଳରାମପୁର ଗ୍ରାମର ଦାଶରଥି ନାୟକଙ୍କ ଝିଅ ବର୍ଷାରାଣୀ ଗତ ଜାନୁଆରୀ ୨୩ ରେ ବୃନ୍ଦାବନପୂର ଗ୍ରାମର ରଞ୍ଜନଙ୍କୁ ବିବାହ କରିଥିଲେ । ବିବାହ ପରେ ଝିଅ ଘର ପକ୍ଷରୁ ସମସ୍ତ ପ୍ରକାର ଜିନିଷ ଯୌତୁକ ସ୍ଵରୁପ ଦିଆଯାଇଥିଲା ।

କିନ୍ତୁ, ବିବାହ ପରେ ଯୌତୁକ ପାଇଁ ନଣନ୍ଦ ନଣନ୍ଦେଇ ଶାରୀରିକ ଯନ୍ତ୍ରଣା ସହ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ବାମୀ ରଞନ ଓ ଶାଶୁ ରାଧାରାଣୀ ମାନସିଂହଙ୍କୁ ଥାନାରେ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *