ଟ୍ରାଭେଲ ମାଲିକ ବଙ୍ଗୀୟ ମହିଳାଙ୍କୁ ମାଡମାରିବା ସହ ଦୁର୍ବ୍ୟବହାର ଅଭିଯୋଗ‌

ପୁରୀ : ପୁରୀ ସିଟି ରୋଡ ସ୍ଥିତ ଏକ ଟୁର ଆଣ୍ଡ ଟ୍ରାଭେଲ ମାଲିକ ବଙ୍ଗୀୟ ମହିଳାଙ୍କୁ ମାଡମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ‌ ।‌ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଲିକତାର ଶୀତଲ ।

ଖବର ଅନୁଯାୟୀ, ଶନିବାର ରାତିରେ ଶିତଲ ପୁରୀ ବୁଲିବାକୁ ଆସି ଚକାଡୋଳା ଟ୍ରାଭେଲ ମାଲିକ ଠାରୁ ସ୍କୁଟି ଭଡାରେ ନେଇଥିଲେ । ତେବେ ସ୍କୁଟି ଅବସ୍ଥା ଖରାଫ ଥିବାରୁ ସେ ଟ୍ରାଭେଲ ମାଲିକଙ୍କୁ କହିବା ସହ ଟଙ୍କା କାଟିବା ପାଇଁ କହିଥିଲେ । ପର୍ଯ୍ୟଟକଙ୍କ ଏଭଳି କଥା ଶୁଣି ଟ୍ରାଭେଲ ମାଲିକ ଉତ୍ତ୍ୟକ୍ତ ହୋଇ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାଡ଼ ମରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ପର୍ଯ୍ୟଟକ ଜଣକ ସମୁଦ୍ର କୂଳ ଥାନାକୁ ଫୋନ କରିବା ସହ ଟ୍ରାଭେଲ ମାଲିକଙ୍କ ଗିରଫ ଦାବି କରିଥିଲେ ।

ତେବେ ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସ ପହଞ୍ଚି ଉକ୍ତ ବଙ୍ଗୀୟ ପର୍ଯ୍ୟଟକକୁ ଥାନାକୁ ଆସି ଅଭିଯୋଗ କରିବା ପାଇଁ କହିଥିଲେ । ଯାହା ଫଳରେ ପୁରୁଷ ପୋଲିସ ଓ ବଙ୍ଗୀୟ ପର୍ଯ୍ୟଟକ ମଧ୍ୟରେ କଥା କଟାକଟି ହୋଇଥିଲା । ତେବେ ଶ୍ରୀକ୍ଷେତ୍ରକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବାବେଳେ ସେମାନଙ୍କ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *