ମୃଦୁପାନୀୟ ଦେଇ କରୁଥିଲେ ଲୁଟ, ଧରିନେଲା ପୋଲିସ

ଭୁବନେଶ୍ବର : ଭୁବନେଶ୍ବର ସହିଦନଗର ଥାନା ପୋଲିସ ପଞ୍ଝାରେ ନିଶାଦିଆ ଲୁଟେରା । ଦୁଇ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଲୁଟେରାଙ୍କ ମଧ୍ୟରେ ଚାନ୍ଦବାଲିର ଜଣେ ଓ ଯାଜପୁରର ଜଣେ ଅଛନ୍ତି । ସୂଚନାଯୋଗ୍ୟ ଯେ, ଦୁଇ ଲୁଟେରା ବାଣୀବିହାର ଛକରୁ କାର୍ ଯୋଗେ ଯାତ୍ରୀଙ୍କୁ ଉଠାଇଥିଲେ । ରାସ୍ତାରେ ଯାତ୍ରୀଙ୍କୁ ମୃଦୁପାନୀୟରେ ନିଶା ଦେଇ ଅଚେତ କରାଇଥିଲେ । ଅଚେତ ହେବା ପରେ ଲୁଟପାଟ କରି ରାସ୍ତାରେ ଗ୍ରାହକଙ୍କୁ ଫିଙ୍ଗି ଫେରାର ହୋଇଯାଇଥିଲେ ।  ନିଶାଦିଆ ଲୁଟେରାଙ୍କ ନାଁରେ  ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ତନାଘନା ଆରମ୍ଭ କରିଥିଲା ସହିଦନଗର ଥାନା ପୋଲିସ । ଶେଷରେ ଦୁଇ ନିଶାଦିଆ ଲୁଟେରାଙ୍କୁ ପୋଲିସ ଗିରଫ କରିଛି ।

Leave a Reply

Your email address will not be published. Required fields are marked *