ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ପଛ ପଟେ ଥିବା ରେଙ୍ଗାଲି ଡୁଙ୍ଗୁରିପଡାକୁ ସଂଯୋଗ କରୁଥିବା ରାସ୍ତା ଅଟେ । ଆଉ ଆପଣମାନେ ଟିକେ ଭଲଭାବରେ ନଜର ପକାନ୍ତୁ ରାସ୍ତା କିପରି ହୋଇଛି ଟିକେ ଦେଖନ୍ତୁ । ପ୍ରତିଦିନ ଏହି ରାସ୍ତା ଉପରେ ହଜାର ହଜାର ଲୋକ ନୀତି ଯିବାଆସିବା ପାଇ ନିର୍ଭର କରିଥାନ୍ତି ଏବଂ ଏହି ଖାଲ ଢିପ ରାସ୍ତା ଥିବାରୁ ପ୍ରତଦିନ ଲୋକମାନେ ଗଲାବେଳେ ନାନା ଅସୁଵିଧାର ସମୁଖୀନ ହେଉଛନ୍ତି ।
ଆଉ ସବୁଜାଣି ଶୁଣି ରେଙ୍ଗାଲି ବ୍ଲକରେ ଥିବା ବିଭାଗୀୟ ଅଧିକାରୀମାନେ ସମସ୍ତେ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇ ରହୁଛନ୍ତି । ଲୋକେ ବ୍ଲକ କତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣିବାର ନାଁ ନେଉନାହାନ୍ତି । ଟିକେ ବର୍ଷା ହେଲେ ଏହି ରାସ୍ତା ପାଲଟିଯାଉଛି ମରଣଯନ୍ତା ।
