ଭୁବନେଶ୍ୱର : ଜଳିଲା ପଶ୍ଚିମ ଓଡ଼ିଶା । ଗୁଳଗୁଳିରେ ହନ୍ତସନ୍ତ ଉପକୂଳବାସୀ । ଶୁକ୍ରବାର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଏଥି ମଧ୍ୟରୁ ଅଧିଂକାଶ ସହର ପଶ୍ଚିମ ଓଡ଼ିଶାର ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ତାତି କମ୍ ରହିଛି । କିନ୍ତୁ ଗୁଳଗୁଳି ଉପକୂଳବାସୀଙ୍କ ହନ୍ତସନ୍ତ କରୁଛି । ଶୁକ୍ରବାର ୪୩ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର କୌଣସି ସମ୍ଭାବନା ନାହିଁ । ଆଜି ରାଜଧାନୀ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ପାଖାପାଖି ରହିବ । ଆକାଶ ଆଂଶିକ ମେଘୁଆ ରହିବ ଓ ଅପରାହ୍ନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଏବେ ପାଗ ଶୁଖିଲା ଓ ଖରାଟିଆ ରହିବ । ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।
