ମାତିଛନ୍ତି ସାଇବର ଠକ, ଭିନ୍ନ ଭିନ୍ନ ଅନ୍ଦାଜରେ ସାଧାରଣ ଲୋକଙ୍କୁ ଠକୁଛନ୍ତି ଏହି ସାଇବର ଠକ

ଭୁବନେଶ୍ୱର : ସାବଧାନ ! ମାତିଛନ୍ତି ସାଇବର ଠକ । ଭିନ୍ନ ଭିନ୍ନ ଅନ୍ଦାଜରେ ସାଧାରଣ ଲୋକଙ୍କୁ ଠକୁଛନ୍ତି ଏହି ସାଇବର ଠକ । ବିଭିନ୍ନ ପ୍ରକାରର ମେସେଜ କରୁଛନ୍ତି, ଆଉ ତାପରେ ଲୁଟି ଚାଲିଛନ୍ତି । ଏଭଳି କିଛି ଖବର ସାମ୍ନାକୁ ଆସିଛି । ବିଦ୍ୟୁତ ବକେୟା ନାଁରେ ଲୋକଙ୍କୁ ଠକୁଛନ୍ତି । ଯାହାକୁ ନେଇ ଚିନ୍ତା ବଢ଼ୁଛି । ଦିନକୁ ଦିନ ସାଇବର ଠକଙ୍କ ପ୍ରାଦ୍ରୁଭାବ ବଢ଼ି ଚାଲିଛି । ଆପଣଙ୍କ ବିଦ୍ୟୁତ ବିଲ୍‌ ବକେୟା ଅଛି । ଜଲଦି ମେସେଜକୁ ଆସିଥିବା ଲିଙ୍କରେ ଲଗଇନ କରନ୍ତୁ । ଓଟିପି ଦେଇ ବକେୟା ପୈଠ କରନ୍ତୁ । ନଚେତ, ଆପଣଙ୍କ ଘରୁ ବିଦ୍ୟୁତ ସଂଯୋଗ କଟାଯିବ । ଏମିତି କିଛି କଲ ଆସୁଛି କି ? ଟାଟା ପାଓ୍ୱାର ଏଜେଣ୍ଟ ସାଜି ଏମିତି କେହି ଫୋନ କରୁଛି କି ? ତେବେ ସାବଧାନ ହୋଇଯାଆନ୍ତୁ ।

ବିଜୁଳି ବିଲ୍‌ ବାବଦକୁ ହଜାରେ କି ୫ ହଜାର ପୈଠ କରିବେ । କିନ୍ତୁ ଆପଣଙ୍କ ଆକାଉଣ୍ଟରୁ ସବୁ ଟଙ୍କା ପୋଛି ନେବେ । ଏନେଇ ସତର୍କ ରୁହନ୍ତୁ । ଟାଟା ପାଓ୍ୱାର ଅଫିସରୁ ବକେୟା ନେଇ ଯାଞ୍ଚ କରନ୍ତୁ । ଟାଟା ପାୱାର ନାଁରେ ସାଧାରଣ ଲୋକଙ୍କୁ ଠକୁଛନ୍ତି ସାଇବର ଠକ । ରାଜ୍ୟ ବାହାରେ ବସି ବାକି ଥିବା ବିଲ୍ ପୈଠ ପାଇଁ ଫୋନ୍ କରୁଛନ୍ତି । ଆଉ କେତେବେଳେ ବିଲରେ ତ୍ରୁଟି ଥିବା କହୁଛନ୍ତି ।

ତ୍ରୁଟି ସୁଧାରିବା ପାଇଁ ଫୋନରେ ଲିଙ୍କ ପଠାଇ ସାଇବର ଠକମାନେ ସାଧାରଣ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ହଡପ୍ କରିନେଉଥିବା ଅଭିଯୋଗ ହେଉଛି । ଡିସିପି ପ୍ରତୀକ ସିଂ ରାଜଧାନୀବାସୀଙ୍କ ସମେତ ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କ ଲାଗି ଏହି ପରାମର୍ଶ ଦେଇଛନ୍ତି । ଥାନାରେ ଏନେଇ ଏକାଧିକ ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *