ଭୁବନେଶ୍ୱର : ବେଆଇନ ଗୋରୁ ବୋଝେଇ ଗାଡିକୁ ଅଟକାଇଲା ବଜରଙ୍ଗ ଦଳ । ଖୋର୍ଦ୍ଧାରୁ କଲିକତା ଗୋଚାଲଣ ହେଉଥିବା ବେଳେ ଭୂବନେଶ୍ବର ସିଜୁଆ ଓଭର ବ୍ରିଚ୍ ପାଖରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାମାନେ ଗାଡିକୁ ଅଟକାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ପାଖାପାଖି ୧୦୦ ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଗୋରୁମାନଙ୍କୁ ପୋଲିସ ପିପୁଲ ଫର ଆନିମଲରେ ଛଡାଯାଇଥିବା ଜଣାପଡିଛି ।
