କାର ସ୍କୁଟି ମୁହାଁ ମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର ଆହତ

ଵଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଠାରୁ କେନ୍ଦୁଝର କୁ ସଂଯୋଗ କରୁଥିବା ରାସ୍ତାର ପାଟମୁଣ୍ଡା ନିକଟରେ କାର ନଂ OD.02.BM-7423 ସହିତ ଏକ ସ୍କୁଟି ନଂ (OD 09 U 5129 ) ର ମୁହାଁ ମୁହିଁ ଧକ୍କା ହେବାରୁ ସ୍କୁଟିରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଏବଂ ଗୁରୁତର ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ମହୁଲପଦା ପୋଲିସ ପହଞ୍ଚି ଗାଡ଼ି ଦୁଇଟି କୁ ଜବତ କରିବା ସହିତ ଘଟଣା ର ତଦନ୍ତ କରୁଥିବା ଜଣାପଡିଛି

Leave a Reply

Your email address will not be published. Required fields are marked *