ସାଲେପୁର : ନକଲି ସିମେଣ୍ଟ ଜବତ । କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି ଗ୍ରାମରେ ଏଭଳି ନକଲି ସିମେଣ୍ଟ ଜବତ ହୋଇଛି । ମା’ ତାରିଣୀ କନଷ୍ଟ୍ରକସନ ନାମକ ଏକ ଘରୋଇ କନଷ୍ଟ୍ରକସନ କମ୍ପାନୀ ଏଭଳି ନକଲି ସିମେଣ୍ଟ ତିଆରି କରି ଦୀର୍ଘ ଦିନ ଧରି ବହୁ ପରିମାଣର ଅର୍ଥ ଲୋକଙ୍କ ପାଖରୁ ଲୁଟିଥିବା ନେଇ ଜଗତପୁର ପୋଲିସ କୌଣସି ସୂତ୍ରରୁ ଖବରପାଇଥିଲା । ଏହାପରେ ଏହି କନଷ୍ଟ୍ରକସନ ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ସିମେଣ୍ଟ ଜବତ କରିଛି । ଏହାସହ ମାଲିକକୁ ମଧ୍ୟ ଅଟକ ରଖିଛି । ଜିଲ୍ଲା ବାହାରୁ ଅଖା ଓ ମୁଣ୍ଡା ସିମେଣ୍ଟ ସହ ଆନୁସଙ୍ଗୀକ ଜିନିଷ ଆଣି ଏଠାରେ ନକଲି ସିମେଣ୍ଟ ତିଆରି କରୁଥିବା ଜଣାପଡ଼ିଛି । ଏଥିସହ ଏହାର ଚେର କେତେ କେଉଁ କେଉଁ ଆଡେ ଲମ୍ବିଛି ତାର ତଦନ୍ତ ଜାରି ରଖିଛି ପୋଲିସ । ଆଗରୁ ମଧ୍ୟ ଏହି ଅଂଚଳରୁ ବହୁ ଥର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ନକଲି ଜିନିଷ ଜବତ ହୋଇଥିବା ଦେଖିବାକୁ ମିଳିଛି ।
