ଅପମିଶ୍ରିତ ପାଣି ପିଇ ୧୮ ଜଣ ଛାତ୍ର ଅସୁସ୍ଥ

ବରଗଡ଼ : ଅପମିଶ୍ରିତ ପାଣି ପିଇ ୧୮ ଜଣ ଛାତ୍ର ଅସୁସ୍ଥ । ବରଗଡ଼ କମଙ୍ଗା କଲେଜ ହଷ୍ଟେଲର ଘଟଣା । ୧୮ ଜଣଙ୍କ ମଧ୍ୟରୁ ୧୭ ଜଣଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଅନ୍ୟ ଜଣେ ଛାତ୍ରକୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ଖବର ଅନୁଯାୟୀ, ବୁଧବାର ରାତ୍ରି ସମୟରେ ଏହି ଘଟଣା ଘଟିଛି । ବୋତଲପାଣିରେ କେହି କିଛି ମିଶାଇ ଦେଇଥିବା ସନ୍ଦେହ କରାଯାଉଛି । ଯାହାଫଳରେ କି ଛାତ୍ରମାନେ ସେହି ବୋତଲରୁ ପାଣି ପିଇବା ପରେ ହଠାତ୍‌ ସମସ୍ତଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ତୁରନ୍ତ ସେମାନଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥିତ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ସମସ୍ତ ଅସୁସ୍ଥ ଛାତ୍ରଙ୍କ ଅବସ୍ଥା ସୁସ୍ଥ ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *