ମେଷ : ଆର୍ଥିକ ମାମଲାରେ କାହରିକୁ ଭରସା କରନ୍ତୁ ନାହିଁ । ସ୍ୱଭାବରେ ଅଳ୍ପ ପରିବର୍ତ୍ତନ ଆଣନ୍ତୁ । ଛାତ୍ରଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ ।
ବୃଷ : ସମସ୍ତଙ୍କ ନଜରରେ ଭଲ ହୋଇ ରହିବେ । କାରବାରରେ ଲାଗି ରହିଥିବା ବାଧା ଦୂର ହେବ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ ।
ମିଥୁନ : କାରବାର ବୃଦ୍ଧି ଲାଗି ନୂଆ ଅବସର ପାଇବେ । କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ ।
କର୍କଟ : ଆପଣଙ୍କର ଧ୍ୟାନ ପୂର୍ବ କାମକୁ ସଂପୂର୍ଣ୍ଣ କରିବାରେ ଲାଗି ରହିପାରେ । କିଛି ଲୋକ ଆପଣଙ୍କ ପ୍ରତି ଈର୍ଷା ଭାବନା ରଖିବେ । ବିଶେଷ ପ୍ରସଙ୍ଗରେ ବିଚାର ବିମର୍ଶ କରିବାକୁ ପଡିପାରେ ।
ସିଂହ : ଯାହା କାମ ଆରମ୍ଭ କରିବେ କମ ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଯିବେ । କିଣାବିକା ଲାଗି ଦିନଟି ଭଲ । ଛାତ୍ରଛାତ୍ରୀଙ୍କୁ ପାଠପଢାରେ ସଫଳତା ମିଳିବ ।
କନ୍ୟା : ଚାକିରି ବୃତ୍ତିରେ ଭଲ ଖବର ପାଇବେ । ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ । ପରିବାରରେ କୌଣସି ଲୋକଙ୍କ ସହ ମତଭେଦ ହୋଇପାରେ । ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ ।
ତୁଳା : ଦିନଟି ପୂର୍ବ ଅପେକ୍ଷା ଭଲ ରହିବ । ରାଜନୀତିରେ ସଫଳତା ପାଇବେ । ଜୀବନସାଥୀଙ୍କ ସହ ସିନେମା ଦେଖିବାର ଯୋଜନା କରିବେ । ଅବିବାହିତଙ୍କୁ ବିବାହର ପ୍ରସ୍ତାବ ମିଳିବ ।
ବିଛା : କାରବାରରେ ଭଲ ହେବ । ନିଜ କାମ ଛାଡି ଅନ୍ୟମାନଙ୍କୁ ସାହାର୍ଯ୍ୟ କରିବେ । ପାରିବାରିକ ଜୀବନ ସୁଖକର ହେବ । ଛାତ୍ରୀଙ୍କ ଲାଗି ଦିନଟି ଭଲ ।
ଧନୁ : ପୂଜାପାଠରେ ସମୟ ବିତିବ । ସଂପର୍କୀୟଙ୍କ ଠାରୁ ଭଲ ଖବର ପାଇବେ । କୌଣସି କଥା ନେଇ ଆପଣ ଉତ୍ସାହିତ ରହିବେ । କାର୍ଯ୍ୟ କ୍ଷେତ୍ରରେ କାମର ବୋଝ ବଢିପାରେ ।
ମକର : ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢିବ । ଜିନିଷକୁ ଭଲଭାବେ ବୁଝିବାକୁ ଚେଷ୍ଟା କରିବେ । ଜୀବନସାଥୀଙ୍କ ପୂରା ସହେଯାଗ ପାଇବେ । ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ ।
କୁମ୍ଭ : ପର୍ଯ୍ୟଟନ କ୍ଷେତ୍ରେରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ରହିଛି । ପ୍ରିୟତମଙ୍କ ସହ ସମ୍ବନ୍ଧ ମଧୁର ହେବ । ଆପଣଙ୍କ ପରାମର୍ଶ ଅଭାବରେ ଥିବା ଲୋକଙ୍କୁ ଲାଭ ଦେବ ।
ମୀନ : ଏକାଗ୍ରତାର ସହ କରୁଥିବା କାମରେ ସଫଳ ହେବେ । ନିଜ ସାଥୀଙ୍କ ଠାରୁ କୌଣସି ଉପହାର ପାଇପାରନ୍ତି । ଖେଳାଳିଙ୍କ ଲାଗି ଦିନଟି ଭଲ ରହିବ ।
