ବିଜେପି ନେତାଙ୍କ ଗାଡ଼ିକୁ କାଳିମାଡ଼

ପୁରୀ : ଅହେତୁକ ଦରଦାମ ବୃଦ୍ଧି ଏବଂ ନିଯୁକ୍ତି ନାମରେ ଯୁବକଙ୍କୁ ପ୍ରତାରଣା ଅଭିଯୋଗ କରି ବୁଧବାର ଦିନ ଛାତ୍ର କଂଗ୍ରେସ ପକ୍ଷରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଗାଡ଼ିକୁ କାଳି ମାଡ଼ କରାଯାଇଛି । ବୁଧବାର ଦିନ ଭିଆଇପି ରୋଡ୍‌ ଝାଡ଼େଶ୍ବରୀ ଛକ ନିକଟରେ ଛାତ୍ର କଂଗ୍ରେସ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ରଙ୍କ ନେତୃତ୍ୱରେ ଅଗସ୍ତିନ ଜୋସେଫ, ରିଶାନ ଦାଶ, ସାହିଲ ମହାନ୍ତି, ସୋମନାଥ ନାୟକ ପ୍ରମୁଖ ଶ୍ରୀ ପାତ୍ରଙ୍କ ଗାଡ଼ିକୁ କାଳି ମାଡ଼ କରିବା ସହ ଗାଡ଼ି ଆଗରେ ଛିଡ଼ା ହୋଇ ପ୍ରତିବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *