ଭୁବନେଶ୍ୱର : ଆଖି ବୁଜିଲା ଅଣ୍ଡିରା ବାଘ ଛୁଆ ବିବେକ। ନନ୍ଦନକାନନରେ ପୁଣି ଏକ ବାଘ ଛୁଆର ମୃତ୍ୟୁ ହୋଇଛି । ବିବେକର ମୃତ୍ୟୁ ପରେ ବାଘ ସଂଖ୍ୟା ୨୭ କୁ ଖସି ଆସିଛି ।
ଖବର ଅନୁଯାୟୀ, ସୋମବାର ବିବେକ ଖୁଆଡ ଭିତରେ ବୁଲିବା ବେଳେ ଗୋଡ଼ରେ ଯନ୍ତ୍ରଣା ପାଇଁ ଛୋଟାଉଥିଲା । ତେଣୁ ତାକୁ ଭେଟେନାରୀକୁ ଆଣି ଚିକିତ୍ସା କରାଯାଉଥିଲା । ଖୁଆଡ ଭିତରେ କୌଣସି ଦୁର୍ଘଟଣାରେ ବିବେକ ଶରୀରରେ ଆଘାତ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଶବ ବ୍ଯବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଚିକିତ୍ସା ବେଳେ ବାଘ ଛୁଆ ପାଟିରୁ ପ୍ରଚୁର ରକ୍ତ ସ୍ରାବ ହେଉଥିଲା । ମେଘା-ନନ୍ଦନ ମିଳନରୁ ଜନ୍ମ ନେଇଥିଲା ବିବେକ । ବିବେକର ମୃତ୍ୟୁ ପରେ ବାଘ ସଂଖ୍ୟା ୨୭ କୁ ଖସି ଆସିଛି ।
