କାଳବୈଶାଖୀରେ ଭାଙ୍ଗିଲା ଘର, ବ୍ୟାପକ କ୍ଷୟକ୍ଷତି

କୋରାପୁଟ : କାଳବୈଶାଖୀରେ ଭାଙ୍ଗିଲା ଘର, ବ୍ୟାପକ କ୍ଷୟକ୍ଷତି । ନାରାୟଣପାଟଣା ବ୍ଲକରେ ଗତକାଲି ଅପରାହ୍ନରେ କାଳବୈଶାଖୀ ତାର ତାଣ୍ଡବଲୀଳା ରଚିଛି । ବାଲିପେଟା ପଂଚାୟତର ସାନପିଲୁକୁର ଓ ବଡପିଲୁକୁର ଗାଁରେ ହଠାତ କଳା ବାଦଲ ସହ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଫଳରେ ଗାଁର ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡିବା ସହ ଘର ଦ୍ବାର ନଷ୍ଟ ହୋଇଛି । ଦୁଇ ଗାଁର ଦଶ ପରିବାରଙ୍କ ଘରଦ୍ବାର ଭାଙ୍ଗି ନଷ୍ଟ ହୋଇଥିବାରୁ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଲୋକେ ପିଲାଛୁଆ ସହ ଅନ୍ଧାରରେ ଗାଁ ସ୍କୁଲ ଘରେ ଆଶ୍ରୟ ନେଇଥିବା ଜଣାପଡିଛି । ତୁରନ୍ତ କ୍ଷତିଗ୍ରସ୍ତ ପରିବାର ସଦସ୍ୟଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *