ବ୍ରଜରାଜନଗର ରେଳ ଷ୍ଟେସନରେ ରେଳରୋକ

ବ୍ରଜରାଜନଗର : ନାଗରିକ କମିଟି ପକ୍ଷରୁ ବ୍ରଜରାଜନଗର ରେଳ ଷ୍ଟେସନରେ ରେଳରୋକ କରାଯାଇଛି । ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବିରେ ନାଗରିକ କମିଟି ପକ୍ଷରୁ ରେଳରୋକ କରାଯାଇଥିବା ଜଣାପଡ଼ିଛି । ଏନେଇ ଅନେକ ପୂର୍ବରୁ କମିଟି ପକ୍ଷରୁ ଦାବି ହୋଇଆସୁଥିଲା । ହେଲେ ଏଥିପ୍ରତି କୌଣସି ପଦକ୍ଷେପ ନିଆନଯାଇଥିବାରୁ ରେଳରୋକ କରାଯାଇଥିବା କହିଛନ୍ତି କମିଟିର ସଦସ୍ୟ । ବ୍ରଜରାଜନଗର ରେଳ ଷ୍ଟେସନରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହୁନଥିବାରୁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave a Reply

Your email address will not be published. Required fields are marked *